ରାବଣ ପୋଡ଼ି ବେଳେ ଟ୍ରେନ୍‌ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧିି, ଆହୁରି ବଢ଼ିପାରେ ମୃତ୍ୟ ସଂଖ୍ୟା , ଜୋଲଦି ପଢନ୍ତୁ - Sidharth Tv

Breaking

ad2

Friday, October 19, 2018

ରାବଣ ପୋଡ଼ି ବେଳେ ଟ୍ରେନ୍‌ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧିି, ଆହୁରି ବଢ଼ିପାରେ ମୃତ୍ୟ ସଂଖ୍ୟା , ଜୋଲଦି ପଢନ୍ତୁ

ରାବଣ ପୋଡ଼ି ବେଳେ ଟ୍ରେନ୍‌ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୬୧କୁ ବୃଦ୍ଧିି, ଆହୁରି ବଢ଼ିପାରେ ମୃତ୍ୟ ସଂଖ୍ୟା


(sidharthtv) ଗତକାଲି ରାତିରେ ପଞ୍ଜାବର ଅମୃତସର ଠାରେ ରାବଣ ପୋଡି ହେଉଥିବା ବେଳେ ଟ୍ରେନ୍‌ ଲାଇନରେ ଏହାକୁ ଦେଖୁଥିବା ଲୋକଙ୍କ ଉପରେ ଟ୍ରେନ ଚଢ଼ିଯିବା ଘଟଣାରେ ମୃତ୍ୟୁ ସଂଖ୍ୟା ୬୧ ହୋଇଛି ।ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। 

ଆଜି ଏହି ଘଟରା ପାଇଁ ଅମୃତସରର ସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ପଞ୍ଜାବ ସରକାର ଘୋଷଣାା କରିଛନ୍ତି।



ସୂଚନାଯୋଗ୍ୟ ଯେ ଗତକାଲି ରାତିରେ ଅମୃତସରର ଯୋଡ଼ା ରେଳବାଇ ଫାଟକ ନିକଟରେ ରେଲେଓ୍ଵ ଟ୍ରାକକୁ ଲାଗି ଏକ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହେଉଥିଲା। ଏହି ସମୟରେ ରାବଣରେ ଅଗ୍ନିସଂଯୋଗ ହେବା ପରେ ଏଥିରେ ଖଞ୍ଜା ଯାଇଥିିବା ବାଣ ବିସ୍ଫୋରଣରୁ ରକ୍ଷା ପାଇବା ପାଇଁ ଆୟୋଜକମାନେ ଦର୍ଶକମାନଙ୍କୁ ଘଟଣାସ୍ଥଳରୁ ୧୦୦ ଫୁଟ ପଛକୁ ଫେରିଯିବାକୁ କହିଥିଲେ।

 ତେଣୁ ଲୋକେ ରେଲେଓ୍ଵ ଟ୍ରାକ୍‌ ଉପରକୁ ଆସିଯାଇଥଲେ। ଏହି ସମୟରେ ପ୍ରବଳ ଶବ୍ଦ କରି ବାଣ ଫୁଟୁଥିବା ବେଳେ ଏଥିରେ ମସଗୁଲ ଥିଲେ ଲୋକେ। ଠିକ୍‌୍‌ ସେତିକିବେଳେ ଆସୁଥିବା ପଠାନକୋଟ୍‌ -ଅମୃତସର ଟ୍ରେନ୍‌ଟିର ହ୍ଵିସଲକୁ ବାଣ ଶବ୍ଦରେ କେହି ଶୁଣି ପାରି ନ ଥିଲେ। ତେଣୁ ମିନିଟିକ ମଧ୍ୟରେ ରାବଣ ପୋଡିର ଉତ୍ସାହ ଏକ ବିୟୋଗାନ୍ତକ ଦୃଶ୍ୟରେ ପରିଣତ ହୋଇଥିଲା। 

ମିନିଟିକ ମଧ୍ୟରେ ଶହଶହ ଲୋକ ଟ୍ରେନ୍‌ ଚକାତଳେ ପଡ଼ି ମୃତାହତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ୬୧ ଜଣ ଙ୍କର ମୃତ୍ୟୁଘଟି ଥିବା ଅମୃତସର ପୁଲିସ କମିସନର ଏସଏସ ଶ୍ରୀବାସ୍ତବ କହିଛନ୍ତି।। ୧ଶହରୁ ଊର୍ଧ୍ୱ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଚିକିତ୍ସିତ ହେଉଥିବା ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲିି ଆଶଙ୍କା କରାଯାଉଛି।





No comments:

Post a Comment

ad3